ଆନ୍ଦୋଳନରୁ ଓହରିଲେ ଓମ୍ଫେଡ୍ ଡ୍ରାଇଭର, ନରାଜ ପ୍ଲାଣ୍ଟରୁ ବାହାରିଲା ଗାଡ଼ି
ଓଏଲ୍ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ଓମ୍ଫେଡ୍ ଠିକା ଡ୍ରାଇଭର। ପୁଲିସ, ଡ୍ରାଇଭର, ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଥିବା ଜଣା ପଡିଛି। ଅଟକ ଡ୍ରାଇଭରଙ୍କୁ ପୁଲିସ ଛାଡ଼ିବା ପରେ ଧାରଣାରୁ ଓହରିଲେ ଓମ୍ଫେଡ୍ ଠିକା ଡ୍ରାଇଭର। ଧାରଣାରୁ ଓହରିବା ପରେ ନରାଜ ସ୍ଥିତ ପ୍ଲାଣ୍ଟରୁ ଗାଡ଼ି ବାହାରିଲା।
ସୂଚନା ଅନୁସାରେ, ଜଣେ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା। ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିବାରୁ ଏତଲା ଦେଇଥିଲେ କର୍ତ୍ତୃପକ୍ଷ। ଏତଲା ପରେ ବାରଙ୍ଗ ଥାନାରେ ଡ୍ରାଇଭର ଅଟକ ରହିଥିଲେ। ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଠିକା ଡ୍ରାଇଭର ଧାରଣା ଦେଇଥିଲେ। ଧାରଣା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।