ପାରାଦୀପରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡ଼ରେ ଲେଖାଅଛି ବିଦେଶୀ ଭାଷା
ଓଏଲ୍ ବ୍ୟୁରୋ: ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ବନ୍ଦରରେ ଏକ ଜାହାଜରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଙ୍କ ଗୋଡ଼ରେ ଲାଗିଥିବା ବେଲ୍ଟରେ ଲେଖା ଅଛି ବିଦେଶୀ ଭାଷା। ପାରାକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର କରି ପୁଲିସ ଛାନଭିନ୍ କରୁଛି।
ସୂଚନା ଥାଉକି, ପୂର୍ବରୁ ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ଏକ ପାରା ଉଦ୍ଧାର ହୋଇଥିଲା। ଉକ୍ତ ପାରାର ଦୁଇ ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଜିପିଏସ୍ ଟ୍ରାକର ଭଳି ଚିପ୍ ଲାଗିଥିଲା। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ପହଞ୍ଚିଥିଲା।