Odisha Link
Bridging the Missing Links in Odisha

ସନ୍ଧ୍ୟା ଥିଏଟର ମାମଲା: ଥାନାରେ ଅଲ୍ଲୁ ଅର୍ଜୁନ

ଓଏଲ୍‌ ବ୍ୟୁରୋ: ଥାନାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦର ଚିକଡ଼ପଲ୍ଲୀ ଥାନାରେ ପହଂଚିଲେ ଅଲ୍ଲୁ ଅର୍ଜୁନ। ପଚରାଉଚରା ପାଇଁ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିଲା। ପୁଷ୍ପା-୨ ଦଳାଚକଟା ମାମଲାରେ ଜେରା ପାଇଁ ସମନ ହୋଇଥିଲା। ପୂର୍ବରୁ ପୁଲିସର ଗିରଫ ପରେ ହାଇକୋର୍ଟ ଜାମିନ୍ ଦେଇଥିଲେ।

ଡିସେମ୍ବର ୧୩ରେ ଗିରଫ ହେବା ପରେ ୧୪ରେ ସକାଳୁ ଜାମିନ୍‌ ପାଇ ବାହାରକୁ ଆସିଥିଲେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ଦେଇଛନ୍ତି। ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ।

ସେ କହିଛନ୍ତି, ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାର ସହଯୋଗ କରିବି। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି। ‘ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି,ଏଥିପାଇଁ କ୍ଷମା ମାଗୁଛି। ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବେ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାବାଳକ ପୁଅ ଆହତ ମଧ୍ୟ ହୋଇଥିଲେ।

ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା।

Leave A Reply

Your email address will not be published.