ରାଜରାସ୍ତାରୁ ହଟିବେ ଉଠା ଦୋକାନୀ, ମେୟର କହିଲେ-ପଞ୍ଜିକରଣ ବିନା ଦୋକାନ ମନା
ଓଏଲ୍ ବ୍ୟୁରୋ: ରାଜଧାନୀ ରାଜରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ। ପଞ୍ଜିକରଣ ବିନା ଉଠା ଦୋକାନ କରିପାରିବେନି ଉଠା ଦୋକାନୀ। ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡ଼ରେ ମନ ଇଚ୍ଛା ଦୋକାନ କରିଥିବା ଦେଖି ରାଗିଲେ ମେୟର। ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ମେୟର କହିଛନ୍ତି। ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି।
ସୂଚନା ଅନୁସାରେ, ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ। ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି। ଏହି କ୍ରମରେ ଉଠା ଦୋକାନୀଙ୍କ ଉପରେ ପଡିଛି ପ୍ରଭାବ। ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ। ଏହି ଦୋକାନ ପଞ୍ଜିକରଣ କରିଥିବା ଦୋକାନୀ ହିଁ ପାଇବେ। ଏହା ସହ ଦୋକାନ ପାଖ ସଫା ରଖିବାକୁ ମେୟର କଡା ନିର୍ଦ୍ଦେଶ ଦେଇଛନ୍ତି।