Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗର ୨ୟ ଆଲୁମିନି ବୈଠକ

ଭୁବନେଶ୍ବର: ଭୀଷଣ ବର୍ଷା ସତ୍ତ୍ବେ ଏକାଠି ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକ ବିଭାଗର ପୁରାତନ ଛାତ୍ରଛାତ୍ରୀ। ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିିତ ହୋଇଯାଇଛି ସାମ୍ବାଦିକତା ବିଭାଗର ୨ୟ ଆଲୁମିନି ବୈଠକ। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ସାମ୍ବାଦିକତା ଏକ ସେବା ଓ ସେଥିପାଇଁ ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ। ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଜରୁରୀ।

ସେହିପରି ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍‌ ବିଶ୍ବାଳ ଓ ଅଧ୍ୟାପକ ଭି.ରାଜୁ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ ଆବଶ୍ୟକ ବୋଲି କହିଥିଲେ । ସାମ୍ବାଦିକତା ବିଭାଗର ମିନତୀ ଭୋଳ, ଡ. ରମାକାନ୍ତ ମହାନନ୍ଦ, ମନୋଜ ବିଶ୍ବାଳ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ ରଥ, ମାନସ କୁମାର ଭଞ୍ଜ, ପ୍ରଭୁଦତ୍ତ ସାମଲ, ସୁଜ୍ଞାନୀ ଦଳାଇ, ହିତେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅବିନାଶ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave A Reply

Your email address will not be published.