ଛାତ୍ର ସଂସଦ ନିର୍ବାଚନ ନେଇ ବଢ଼ିଲା ଆଶା, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା..
ଓଏଲ୍ ବ୍ୟୁରୋ: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ। ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏଣିକି ଛାତ୍ର ସଂସଦ ନିର୍ବାଚନ କରିବୁ। ପୂର୍ବ ସରକାର ଛାତ୍ର ନେତୃତ୍ଵକୁ ଡରି ନିର୍ବାଚନ କରୁନଥିଲେ। ପୂର୍ବ ସରକାର ହୀନ ଚକ୍ରାନ୍ତ କରି ଏହି ନିର୍ବାଚନକୁ ବନ୍ଦ କରିଥିଲେ। ଏଣିକି ଛାତ୍ର ସଂସଦ ନିର୍ବାଚନ ଆଉ ବନ୍ଦ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।