ଭିଡ଼କୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି, ୨୮ରୁ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି। ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ ସୂଚନା ଜାରି ହୋଇଛି। ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ଼ ଅନୁମାନ କରାଯାଉଛି। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୮ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକ ପରେ ଧାଡ଼ି ଦର୍ଶନ ନେଇ ନିଷ୍ପତି ନିଆଯାଇଛି। ଡିସେମ୍ବର ୨୮ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ନାହିଁ। ଗଙ୍ଗା ସ୍ନାନ ପରଠାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଜାନୁଆରୀ ୨୦ରୁ ୨୨ ମଧ୍ୟରେ ଫୁଲ୍ ଫେଜ୍ ଧାଡ଼ି ଦର୍ଶନ ହେବ ବୋଲି ହେବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।