ଓଡ଼ିଶାରୁ ବିଦାୟ ନେଲେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ, କହିଲେ ନିଜର ଅନୁଭୂତି..
ଓଏଲ୍ ବ୍ୟୁରୋ: ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସମ୍ମାନେ ଆଜି ରଘୁବର ଦାସଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ରାଜଭବନ ପରିସରରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ସମେତ ମନ୍ତ୍ରୀମାନେ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବିଦାୟ ନେବା ବେଳେ ରଘୁବର ଦାସ କହିଛନ୍ତି, ୧୪ ମାସ ମହାପ୍ରଭୁଙ୍କ ଭୂମିରେ କାମ କରିବାର ସୁଖଦ ଅନୁଭୂତି ରହିଲା। ଏଠାକାର ଲୋକ ବହୁତ ଭଲ। ମୋର ପୂରା ଭରସା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଡବଲ ଇଂଜିନ ସରକାରରେ ଓଡ଼ିଶାର ଆହୁରି ଉନ୍ନତି ହେବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି।