ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଟ୍ୱିଟରେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବାର୍ତ୍ତା
![](https://www.odishalink.com/wp-content/uploads/2024/12/WhatsApp-Image-2024-12-26-at-11.05.20-AM-750x430.jpeg)
ଓଏଲ୍ ବ୍ୟୁରୋ: ଆଜି ୨୮ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୭ ପୂରି ୨୮ ଚାଲିଲା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହେବେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ସରକାରରୁ ହଟିିବା ପରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି।
ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜେଡି ସୁପ୍ରିମୋ ଟ୍ୱିଟ କରି ଲେଖିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଦୃଢ଼ତା ସହ ଆଗକୁ ବଢ଼ୁଛି। ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ବିଜୁ ଜନତା ଦଳକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି। ଓଡ଼ିଶାର ହକର ଲଢ଼େଇରେ ବିଜୁ ଜନତା ଦଳ କେବେ ପଛଘୁଞ୍ଚା ଦେବ ନାହିଁ। ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା ଏକ ହୋଇ ଓଡ଼ିଶାବାସୀଙ୍କ ସେବାରେ ଲଢ଼େଇକୁ ସମସ୍ତେ ଜୋରଦାର କରିବା।
ସୂଚନା ଅନୁସାରେ, ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳନ କରୁଛି ଆଜି ୨୮ ତମ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଉଦବୋଧନ ଦେବେ। ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ। ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ।