Odisha Link
Bridging the Missing Links in Odisha

ଦୁର୍ବଳ ହେଉଛି ଲଘୁୁଚାପ, ଆଜିଠୁ ପାଗରେ ପରିବର୍ତ୍ତନ

ଓଏଲ୍‌ ବ୍ୟୁରୋ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଜି ଅପରାହ୍ନ ବେଳକୁ ଏହା ଆହୁରି ଦୁର୍ବଳ ହେବ। ଫଳରେ ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତାକାଲି ସଂଧ୍ୟା କିମ୍ବା ୨୮ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏପରିକି କିଛି ସ୍ଥାନରେ ଘଡ଼ଘଡ଼ି ବର୍ଷା ହୋଇପାରେ। ଏହା ସହ ଅନେକ ସ୍ଥାନରେ ପାଗ ମେଘୁଆ ରହିପାରେ।

Leave A Reply

Your email address will not be published.