ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରୀତିସ୍ମିତା, ରାଷ୍ଟ୍ରୀୟ ବାଲ୍ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ୭ଟି ବର୍ଗରେ ଅନନ୍ୟ କୃତିତ୍ୱ ହାସଲ କରିଥିବା ୧୭ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଛନ୍ତି। କଳା, ସଂସ୍କୃତି, ସାହସିକତା, ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା, ସାମାଜିକ ସେବା, କ୍ରୀଡ଼ା ଏବଂ ପରିବେଶ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏହି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୪ରେ ସମ୍ମାନିତ ହୋଇଛନ୍ତି ଢେଙ୍କାନାଳର ଗୌରବ ଯୁବ କ୍ରୀଡ଼ାବିତ ପ୍ରୀତିସ୍ମିତା ଭୋଇ। ବିଶ୍ୱ ଯୁବ ଭାରୋତ୍ତୋଳନ ଚାମ୍ପିୟନସିପରେ କଠିନ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରି ସେ ସମଗ୍ର ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି। ଓଡ଼ିଶା ପାଇଁ ଗୌରବ ଆଣିଥିବା ଯୁବ କ୍ରୀଡ଼ାବିତ ପ୍ରୀତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଡରାମେନ୍ଦ୍ର ପ୍ରଧାନ।