Odisha Link
Bridging the Missing Links in Odisha

ରାଜରାସ୍ତାରେ ଉଠାଦୋକାନୀ, ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ

ଓଏଲ୍‌ ବ୍ୟୁରୋ: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ। ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି। ଏହି କ୍ରମରେ ଉଠା ଦୋକାନୀଙ୍କ ଉପରେ ପଡିଛି ପ୍ରଭାବ। ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ। ଏହି ଦୋକାନ ପଞ୍ଜିକରଣ କରିଥିବା ଦୋକାନୀ ହିଁ ପାଇବେ। ଏହା ସହ ଦୋକାନ ପାଖ ସଫା ରଖିବାକୁ ମେୟର କଡା ନିର୍ଦ୍ଦେଶ ଦେଇଛନ୍ତି।

ଯାହାକୁ ନେଇ ତୀବ୍ର ବିରୋଧ କରିଛନ୍ତି ଉଠାଦୋକାନୀ। ନାଲକୋ ଛକରେ ଉଠା ଦୋକାନୀ ଧାରଣା ଦେଇଛନ୍ତି। କଟକ-ନନ୍ଦନକାନନ-ଜୟଦେବ ବିହାର ରାସ୍ତା ଅବରୋଧ କରିବା ସହ BMC ଉତ୍ତର ଜୋନ୍‌ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ଉଠାଦୋକାନୀ। BMC ଉତ୍ତର ଜୋନ୍‌ କାର୍ଯ୍ୟାଳୟ ରାସ୍ତାରେ ଧାରଣା ଦେବାରୁ ରାସ୍ତାରେ ଅଟକି ରହିଲା ଶତାଧିକ ଗାଡ଼ି। ତେବେ ୯ ଦଫା ଦାବି ନେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି ଉଠାଦୋକାନୀ। ଉଠାଦୋକାନ ଉଚ୍ଛେଦ ନୁହେଁ ବରଂ ସ୍ଥାୟୀତ୍ୱ ଦାବି କରିଛନ୍ତି।

Leave A Reply

Your email address will not be published.