Odisha Link
Bridging the Missing Links in Odisha

ଚାଷଜମିର କ୍ଷୟକ୍ଷତି ଠିକ୍ ଭାବେ ଆକଳନ ପାଇଁ ଦାବି, କଟକ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଦୁଇ ଦୁଇ ଥର ଲଘୁଚାପ ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହୋଇଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି।

ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତିରେ ଧାନର ମାନ କମ୍‌ ଥିଲେ ବି କିଣିବାକୁ ସରକାର ଘୋଷଣା କରିଥିବାବେଳେ ଏନେଇ କଟକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବିଜେଡି ଫ୍ୟାକ୍ଟ ଆାଇଣ୍ଡିଂ ଟିମ୍। ଚାଷଜମିର କ୍ଷୟକ୍ଷତି ଆକଳନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଠିକ୍ ଭାବେ କ୍ଷୟକ୍ଷତି ଆକଳନ ପାଇଁ ଦାବିକଲା ବିଜେଡି। ଚାଷୀ କିପରି କ୍ଷତିପୂରଣ ପାଇ ପାରିବେ ସେନେଇ ଆଲୋଚନା କରିଛନ୍ତି।

Leave A Reply

Your email address will not be published.