ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା, କାଲି ବସିବ ଉଚ୍ଚସ୍ତରୀୟ ବୈଠକ
ଓଏଲ୍ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଦୁଇ ଦୁଇ ଥର ଲଘୁଚାପ ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହୋଇଛି। ଏପଟେ ଯେତେବେଳେ ଚାଷୀ ଚାହିଁଥିଲା ସେତେବେଳେ ବର୍ଷା ହୋଇନଥିଲା, ଯାହା ଫଳରେ ଧାନ ଫସଲ ନଷ୍ଟ ହୋଇଗଲା। ଆଉ ଏବେ ବର୍ଷାର ଆବଶ୍ୟକ ନ ଥିବାବେଳେ ବର୍ଷା ହୋଇ ସବୁ ପରିବା ଫସଲ ନଷ୍ଟ କରୁଛି।
ଯାହାଦ୍ୱାରା ବର୍ତମାନ ଚାଷୀ ହତାସ। ଏହି ପରିସ୍ଥିତିରେ ଧାନର ମାନ କମ୍ ଥିଲେ ବି କିଣିବାକୁ ସରକାର ଘୋଷଣା କରିଥିବାବେଳେ ଅଦିନିଆ ବର୍ଷା ଉପରେ ରାଜସ୍ବ ମନ୍ତ୍ରୀ ପ୍ରିତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ୫୦ ହଜାର ଚାଷୀ ପୋର୍ଟାଲରେ ଅଭିଯୋଗ କରିଛନ୍ତି। ଶୀଘ୍ର ଚାଷ କ୍ଷତି ସମ୍ପର୍କରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।