ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ
ଓଏଲ୍ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୮ ଡିସେମ୍ବରରେ ଶାହ ଓଡ଼ିଶା ଗସ୍ତରେ ଆସିବାର ଥିଲା। ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ। ହେଲେ ବର୍ତ୍ତମାନ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।