ପ୍ରତି ଜିଲ୍ଲାରୁ ଲକ୍ଷାଧିକ ଭୂତ ରାସନକାର୍ଡଧାରୀ ଚିହ୍ନଟ: ଯୋଗାଣ ମନ୍ତ୍ରୀ
ଓଏଲ୍ ବ୍ୟୁରୋ: ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଜାରି ଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ଙ୍କ ମଧ୍ୟରୁ ଆଜିଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ।
ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭୂତ ରାସନକାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ଧରାଯିବ। ରାଜ୍ୟରେ କେତେ ପ୍ରକୃତ ଚାଷୀ ଅଛନ୍ତି ଜାଣିବାକୁ ରେଜିଷ୍ଟ୍ରେସନ ଆରମ୍ଭ। ମିଛ ପଞ୍ଜିକରଣ କରି ଧାନ ବିକୁଥିବା ଚାଷୀଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।