Odisha Link
Bridging the Missing Links in Odisha

ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର, ମାର୍ଚ୍ଚ ୧୫ ଯାଏଁ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୮ ତାରିଖ ନୁହେଁ ବରଂ ଆଉ ୧୫ ଦିନ ମଣ୍ଡି ଖୋଲା ରହିବ। ଆଉ ୧୫ ଦିନ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏନେଇ ଚାଷୀ ମାନେ ବିବ୍ରତ ନହେବାକୁ ମନ୍ତ୍ରୀ ଅପିଲ କରିଛନ୍ତି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ରାଜ୍ୟରେ ଅନେକ ନକଲି ଚାଷୀ ଅଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ। ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ହେବ ତାଲିକା। ରାସନ କାର୍ଡ଼ରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବହାରିଲେଣି। ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି।

Leave A Reply

Your email address will not be published.