ମୋର ନାହିଁ ଏକ୍ସ ଆକାଉଣ୍ଟ: ପାଣ୍ଡିଆନ
ଓଏଲ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଭି.କେ ପାଣ୍ଡିଆନ। ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ନିଜ ସୋସିଆଲ ମିଡ଼ିଆ ଇନ୍ସଟାଗ୍ରାମ ମାଧ୍ୟମରେ ଏକ ବଡ ସୂଚନା ଦେଇଛନ୍ତି। ତାଙ୍କର କୌଣସି ଟ୍ୱିଟ ବା ଏକ୍ସ ଆକାଉଣ୍ଟ ନଥିବା ସେ ଜଣାଇଛନ୍ତି। ଏହା ସହ ପାଣ୍ଡିଆନ ଲେଖିଛନ୍ତି, ମୋର କୌଣସି ଏକ୍ସ ଆକାଉଣ୍ଟ ନାହିଁ। ମୋ ନାମ ଏବଂ ଫଟୋ ବ୍ୟବହାର କରି ଫେକ ଆକାଉଣ୍ଟ ବ୍ୟବହାର କରାଯାଉଛି ଏବଂ ଏହା ରାଜନୈତିକ ଉଦେଶ୍ୟରେ କରାଯାଉଥିବା ଭି.କେ ପାଣ୍ଡିଆନ ଖୋଦ ଜଣାଇଛନ୍ତି।