ରାଜ୍ୟରେ ଘନ କୁହୁଡ଼ି ଭୟ: ୩ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଓଏଲ୍ ବ୍ୟୁରୋ: ପୁଣି ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଉଡ଼ାଣରେ ବ୍ୟାଘାତ ସୃଷ୍ଟି ହୋଇଛି। ଆସନ୍ତାକାଲି ରାଜ୍ୟର ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି। କେନ୍ଦୁଝର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର।