Odisha Link
Bridging the Missing Links in Odisha

ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ, ତ୍ୱରିତ ସମାଧାନ ନେଇ ଦେଲେ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କଲେ ମୋହନ ଚରଣ ମାଝୀ। ଲୋକଙ୍କ ସମସ୍ୟା ଶୁଣିବା ସହ ତ୍ୱରିତ ସମାଧାନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏକ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଅନ ଦି ସ୍ପଟ୍ ଫଇସଲା କରିଛନ୍ତି। ଅଜଣା ରୋଗରେ ଆକ୍ରାନ୍ତ ଜଣେ ନାବାଳକକୁ ତୁରନ୍ତ ଡାକ୍ତରଖାନା ପଠାଇଛନ୍ତି। ନାବାଳକ ଜଣଙ୍କ ବୌଦ୍ଧ ଜିଲ୍ଲାର ହେରମ୍ବ ଗିରିଙ୍କ ପୁଅ ପ୍ରତ୍ୟୁଷା, ବୟସ ୭ ବର୍ଷ। ଅଜଣା ରୋଗରେ ଆକ୍ରାନ୍ତ ନାବାଳକ ଜଣଙ୍କ ଦୁଇ ଦୁଇଟି ଆଖି ହରେଇ ବସିଛି। ବାପାମାଆ ନୟାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ।

Leave A Reply

Your email address will not be published.