Odisha Link
Bridging the Missing Links in Odisha

ବନ୍ଧା ହେଲେ ଠକ ଦମ୍ପତି, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଝିଅ କହି ଠକୁଥିଲେ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି।

ତେବେ ଏସବୁ ମଧ୍ୟରେ ରାଜଧାନୀରେ ଘଟିଥିବା ଏକ ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି। ପିଏମଙ୍କ ମୁଖ୍ୟ ପରାମର୍ଶଦାତା ପି.କେ ମିଶ୍ରଙ୍କ ଝିଅ କହି ଠକୁଥିଲେ ଦମ୍ପତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଫଟୋ ଉଠାଉଥିଲେ। ସେହି ଫଟୋ ଦେଖାଇ ବଡ଼ ବଡ଼ ଲୋକଙ୍କୁ ଠକୁଥିଲେ। ଇନଫୋସିଟି ଥାନାରେ ଅଭିଯୋଗ ପରେ ଦମ୍ପତି ଗିରଫ ହୋଇଛନ୍ତି।

Leave A Reply

Your email address will not be published.