ଚାଷୀଙ୍କ ଫସଲ ଦେଖି ଦୁଃଖ ପ୍ରକାଶ କଲେ ନବୀନ, କ୍ଷତିପୂରଣ ନେଇ କହିଲେ..
ଓଏଲ୍ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ଆଜି ଗଂଜାମ ଗସ୍ତରେ ଯାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେରଗଡ, ହିଂଜିଳି, ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ନବୀନ ପଟ୍ଟନାୟକ।
ଶେରଗଡରେ ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣୁଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ନବୀନ କହିଛନ୍ତି, ମୁଁ ଆପଣଙ୍କ ଚାଷ କ୍ଷୟକ୍ଷତି ଦେଖିଲି, ଦୁଃଖ ଲାଗିଲା। ଚାଷ କ୍ଷତି ହେଲେ ତୁରନ୍ତ ସହାୟତା ଦେଉଥିଲା ମୋ ସରକାର। ସରକାର ଯଥାଶୀଘ୍ର କ୍ଷତିପୂରଣ ଦେବା ଉଚିତ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।