ବର୍ଷ ଶେଷରେ ନୂଆ ଇତିହାସ ରଚିବ ଇସ୍ରୋ, ଲଞ୍ଚ ହେବ ଏହି ମିଶନ..
ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ଇଂରାଜୀ ବର୍ଷ ୨୦୨୪ ଆଉ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଇଂରାଜୀ ନୂଆ ବର୍ଷ। ନୂଆ ବର୍ଷ ଆଗମନକୁ ସ୍ୱାଗତ କରିବା ସମସ୍ତେ ବିଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରୁଥିବାବେଳେ ବର୍ଷ ଶେଷରେ ନୂଆ ଇତିହାସ ରଚିବ ଇସ୍ରୋ। ଆଜି ସ୍ପେଶ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ। ଦୁଇଟି ସ୍ପେସକ୍ରାଫ୍ଟକୁ ମହାକାଶରେ ଇସ୍ରୋ ଯୋଡ଼ିବ। ଭାରତୀୟ ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯାହା ବେଶ ଗୁରୁତ୍ବପୂର୍ଣ୍ଣ। ତେବେ ଆଜି ରାତି ୯ଟା ୫୮ ମିନିଟରେ ଲଞ୍ଚ ହେବ ଏହି ମିଶନ। ଇସ୍ରୋ ସ୍ପେସ୍ ‘ଡକିଂ’ ଟେକ୍ନୋଲୋଜିର ପରୀକ୍ଷଣ କରିବ ବୋଲି ସୂଚନା ରହିଛି। ତେବେ ଇସ୍ରୋ ୱେବସାଇଟରେ ଏହାର ସିଧାପ୍ରସାରଣ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି।