Odisha Link
Bridging the Missing Links in Odisha

ଅଦିନିଆ ବର୍ଷା ନେଇ ସରକାରଙ୍କ ତତ୍ପରତା, ଆଜି ସନ୍ଧ୍ୟାରେ ବୈଠକ

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରାଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ଷା କ୍ଷୟକ୍ଷତି ନେଇ ଆଜି ସନ୍ଧ୍ୟାରେ ବୈଠକ ବସିବ। ବୈଠକରେ ମନ୍ତ୍ରୀମଣ୍ଡଳ ଉପସ୍ଥିତ ରହିବେ। ଚାଷୀଙ୍କ କ୍ଷୟକ୍ଷତି ନେଇ ଆଲୋଚନା ହେବ। ତେବେ ସମସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିବାବେଳେ ଚାଷୀଙ୍କୁ ଭୟଭୀତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ, ରାଜସ୍ବ ମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧିଭୁକ୍ତ କରାଯିବ। ସମସ୍ତ ପ୍ରକାର ସବୁ ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ମିଳିବ। କେହି ବି ଚାଷୀ କ୍ଷୟକ୍ଷତି ସହାୟତାରୁ ବଞ୍ଚିତ ହେବେନାହିଁ। ଆଜି ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଆସିଯିବ ବୋଲି ଟାର୍ଗେଟ ରହିଛି।

ରିପୋର୍ଟ ପ୍ରସ୍ତୁତ ଲାଗି ଜିଲ୍ଲାପାଳ ଓ ଅଧିକାରୀମାନେ ସଚେତନ ଅଛନ୍ତି। ଆଜି ରିପୋର୍ଟ ନଆସି ପାରିଲେ ସମୟସୀମା ବୃଦ୍ଧି କରାଯିବ। କେହି ବି ଚାଷୀ ଯେପିରି ବାଦ୍‌ ନପଡ଼ିବେ ସେ ଉପରେ ଦୃଷ୍ଟି ଦିଆଯିବ। ଯଦି କେହି ବଞ୍ଚିତ ଅନୁଭବ କରନ୍ତି ସିଧା ଜିଲ୍ଲାପାଳଙ୍କୁ ଜଣାଇପାରିବେ। ଅଦିନିଆ ବର୍ଷା କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧିଭୁକ୍ତ କରାଯିବ ବୋଲି ରାଜସ୍ବମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.