ମହାନଦୀରୁ ୨ଟି ପ୍ରାଚୀନ ମୂର୍ତ୍ତି ଉଦ୍ଧାର, ଜଗନ୍ନାଥ ମନ୍ଦିରକୁ ସ୍ଥାନାନ୍ତର
ଓଏଲ୍ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଭାପୁର ପଦ୍ମାବତୀ ମହାନଦୀରୁ ୨ଟି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଜଣେ ଧୀବରଙ୍କ ଜାଲରେ ୨ଟି ପ୍ରାଚୀନ ମୂର୍ତ୍ତି ପଡ଼ିଥିଲା। ଭାପୁର ପଦ୍ମାବତୀ ମହାନଦୀରୁ ୪ ଫୁଟ ଉଚ୍ଚର ଶନିଦେବ ଓ ହନୁମାନଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି। ମାଛ ମାରିବା ବେଳେ ଜାଲରେ ପଡ଼ିଲା ମୂର୍ତ୍ତି। ମହାନଦୀରୁ ଉଦ୍ଧାର ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରଖାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଭାପୁର ପଦ୍ମାବତୀ ମହାନଦୀରୁ ୮ଟି ନାଗଦେବତାଙ୍କୁ ମୂର୍ତ୍ତି ଉଦ୍ଧାର କରାଯାଇଥିଲା।