୨୦୨୪ରେ ବଦଳିଲା ସରକାର, ବଦଳାଇଲେ ୨୧ ଯୋଜନାର ନାମ
ଓଏଲ୍ ବ୍ୟୁରୋ: ବଦଳିବ କ୍ୟାଲେଣ୍ଡର। ଆଜି ଇଂରାଜୀ ବର୍ଷ-୨୦୨୪ ବିଦାୟ ନେବ। ନୂଆବର୍ଷ-୨୦୨୫ ଆସିବ। ଇତିମଧ୍ୟରେ ବଦଳି ଯାଇଛି ଓଡ଼ିଶା ରାଜନୈତିକ ଦୃଶ୍ୟପଟ। ପରିବର୍ତ୍ତନର ନାରାରେ ରାଜ୍ୟରେ ନୂଆ ସରକାରକୁ ୬ ମାସ ହୋଇଥିବାବେଳେ ପୁରୁଣା ସରକାରଙ୍କର ମୋଟ ୨୧ଟି ଯୋଜନାର ନାମକୁ ନୂଆ ସରକାର ପରିବର୍ତ୍ତନ କରିଛନ୍ତି।
ପୁନଃ ନାମକରଣ ହୋଇଥିବା ଯୋଜନା..
- କାଳିଆ–ସିଏମ କିଷାନ ଯୋଜନା
- ଓଡ଼ିଶା ମିଲେଟ ମିଶନ–ଶ୍ରୀଅନ୍ନ ଅଭିଯାନ
- କାଳିଆ ଛାତ୍ରବୃତ୍ତି–କୃଷି ବିଦ୍ୟାନିଧି ଯୋଜନା
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
- ଆମ ଓଡ଼ିଶା ନବୀନ ଓଡ଼ିଶା–ବିକଶିତ ଗାଁ ବିକଶିତ ଓଡ଼ିଶା
- ବିଜୁ ପକ୍କା ଘର–ଅନ୍ତୋଦୟ ଗୃହ ଯୋଜନା
- ବିଜୁ ସେତୁ ଯୋଜନା–ସେତୁ ବନ୍ଧ ଯୋଜନା
- ଲକ୍ଷ୍ମୀ ବସ୍–ଗ୍ରାମାଞ୍ଚଳ ପରିବହନ
- ବିଜୁ ଯୁବ ଶସକ୍ତିକରଣ ଯୋଜନା–ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା
- ମୋ କଲେଜ ଅଭିଯାନ–ଆମ ଗୌରବ ଆମ କଲେଜ
- ମତ୍ସଜୀବୀ କଲ୍ୟାଣ–ଓଡ଼ିଶା ଧିବର କଲ୍ୟାଣ ଯୋଜନା
- ପ୍ରାଣୀଧନ ସ୍ବାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ–ଗୋମାତା
- କୁକୁଡା ଚାଷ ଏବଂ କ୍ଷୁଦ୍ର ପ୍ରାଣୀ ସମ୍ପଦ–ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା
- ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ–ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା
- ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ–ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଅଭିଯାନ
- ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା–ଓଡ଼ିଶା ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା
- ମୋ ସ୍କୁଲ ଅଭିଯାନ–ପଞ୍ଚଶଖା ଶିକ୍ଷା ସେତୁ
- ବିଜୁ କେବିକେ–କେବିକେ ବିକାଶ ଯୋଜନା
- ବିଜୁ କନ୍ଧମାଳ ଓ ଗଜପତି ଯୋଜନା–କନ୍ଧମାଳ ଓ ଗଜପତି ବିକାଶ ଯୋଜନା
- ସମନ୍ବିତ ଯୁବ ବିକାଶ ଯୋଜନା–ଯୁବ ଶକ୍ତି
- ବିଜୁ ଶିଶୁ ସୁରକ୍ଷା ଯୋଜନା–ଯଶୋଦା
୭ ନୂଆ ଯୋଜନା ଆରମ୍ଭ କରିଛନ୍ତି ନୂଆ ସରକାର:
ଓଡ଼ିଶାରେ ଶିକ୍ଷା, କୃଷି, ମହିଳା, ଆଦିବାସୀ ଛାତ୍ରଛାତ୍ରୀ, ଶ୍ରୀମନ୍ଦିରର ଉନ୍ନତି କରଣ, ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ମୋହନ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନା ଉପରେ ନଜର ପକାନ୍ତୁ।
୧. ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା
୨. ସୁଭଦ୍ରା ଯୋଜନା
୩. ସମୃଦ୍ଧ କୃଷକ ଯୋଜନା
୪. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ
୫. ଓଡ଼ିଆ ଅସ୍ମିତା କର୍ପସ ଫଣ୍ଡ
୬. ମାଧୋ ସିଂହ ହାଥ ପାଣ୍ଠି ଖର୍ଚ୍ଚ ଯୋଜନା
୭. ଶିଶୁ କର୍କଟ ରୋଗ ପାଇଁ ବିବିଧ ସୁବିଧା ଯୋଜନା