ଶଙ୍କର୍ଷଣ ପରିଡ଼ାଙ୍କ କବିତା ପୁସ୍ତକ “ଚିତ୍ରାକ୍ଷର” ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଓଡ଼ିଆ ପୁସ୍ତକ “ଚିତ୍ରାକ୍ଷର”। ଓଡ଼ିଆ ସାହିତ୍ୟ ଜଗତର ଜଣାଶୁଣା କବି ତଥା ରାଜନେତା ଶଙ୍କର୍ଷଣ ପରିଡ଼ାଙ୍କ ଷଷ୍ଠ କବିତା ପୁସ୍ତକଟି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସଂଜରେ ଲୋକସେବା ଭବନରେ ବହିଟି ଉନ୍ମୋଚିତ ହୋଇଯାଇଛି।
ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ଆମ ସାହିତ୍ୟ ଓଡ଼ିଆ ଅସ୍ମିତାର ଅନ୍ୟତମ ବିଭବ ବୋଲି ମତ ରଖିଥିଲେ। ସେହିପରି ପୁସ୍ତକଟିର ଲେଖକ ଶ୍ରୀ ପରିଡ଼ା କହିଥିଲେ ଯେ କବିତା ହେଉଛି ବ୍ଯକ୍ତି ଓ ସମୟର ସାରସ୍ୱତ ପ୍ରତିବେଦନ।
ଉନ୍ମୋଚନ ଅବସରରେ ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଓ ବିଶିଷ୍ଟ ଚିତ୍ରକଳା ପୃଷ୍ଠପୋଷକ ସୂର୍ଯ୍ୟ ରଥ ଉପସ୍ଥିତ ଥିଲେ।