Odisha Link
Bridging the Missing Links in Odisha

ଇଂରାଜୀ ନବବର୍ଷରେ କୌଣସି ଉତ୍ସବରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏଥିପାଇଁ ସବୁଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବାବେଳେ ନୂଆବର୍ଷରେ କୌଣସି ଉତ୍ସବରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ। ଆସନ୍ତା ଇଂରାଜୀ ନୂତନ ବର୍ଷ ପରିପ୍ରେକ୍ଷୀରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ/ଅଭିନନ୍ଦନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରିବେ ନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ତଥା ଅଦିନିଆ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲ ହାନୀ ପରିପ୍ରେକ୍ଷୀରେ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ନବବର୍ଷରେ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.