Odisha Link
Bridging the Missing Links in Odisha

ଜାନୁୟାରୀ ୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ, ସୂଚନା ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଜଗା ପ୍ରେମୀଙ୍କ ପାଇଁ ବଡ଼ ଖବର। ନୂଆବର୍ଷରୁ ଧାଡ଼ି ଦର୍ଶନ କରିବେ ଭକ୍ତ। ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବେ। ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ ପାଇଁ ଅପେକ୍ଷା ଥିବା ଭକ୍ତଙ୍କୁ ପାଣି ଯୋଗାଇ ଦିଆଯିବ। ୨୦୨୫ ଜାନୁଆରୀରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାଇ ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ତା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ବାହାରିବେ। ସେହିପରି ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.