ଓଡ଼ିଶାରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍, ଖୁବ୍ଶୀଘ୍ର ଟ୍ରାଏଲ ରନ୍
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କ୍ରୁଟ ଚଳାଇବ ୫ଟି ବସ୍।ଭୁବନେଶ୍ବର, କଟକ, ପୁରୀ ଓ କୋଣାର୍କରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍। ବସ୍ରେ ରହିବ ଓଡ଼ିଆ ସଂସ୍କୃତିର ଝଲକ। ତେବେ ଖୁବ୍ଶୀଘ୍ର ଟ୍ରାଏଲ ଆରମ୍ଭ ହେବ।
ଏଥିପାଇଁ ମୁମ୍ବାଇରୁ ଓଡ଼ିଶା ଅଭିମୁଖେ ଆସୁଛି ଡବଲ୍ ଡେକର୍ ଇ-ବସ୍। ପୂର୍ବରୁ ଡବଲ୍ ଡେକର୍ ଇ-ବସ୍ ପାଇଁ କ୍ରୁଟ ଟେଣ୍ଡର ଆହ୍ବାନ କରିଥିଲା। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇ କହିଥିଲେ, ପ୍ରଦୂଷଣରୁ ରକ୍ଷା କରିବ ଇଲେକ୍ଟ୍ରିକ ବସ୍ ଏବଂ ଏହି ବସ୍ ଭଲ ଚାଲିଲେ ଏହାର ସଂଖ୍ୟା ବୃଦ୍ଧି କରାଯିବ।
ପ୍ରଥମେ କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ପୁରୀ ଗଡିବ ଇ-ବସ୍। ଭିଡ଼ ସହ ପ୍ରଦୂଷଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି ବସ ଚଳାଚଳ ଆରମ୍ଭ ହେବା ନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।