Odisha Link
Bridging the Missing Links in Odisha

ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି ନବୀନ, ସତ୍ୟବାଦୀରେ ଚାଷୀଙ୍କ ସହ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ଆଜି
୪ ଜିଲ୍ଲା ଗସ୍ତରେ ବାହାରିଛନ୍ତି ବିଜେଡି ସୁପ୍ରିମୋ। ସତ୍ୟବାଦୀ ଗସ୍ତରେ ଯାଇ ଫସଲ କ୍ଷୟକ୍ଷତି ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣୁଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।

ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ନବୀନ କହିଛନ୍ତି, ମୁଁ ଆପଣଙ୍କ ଚାଷ କ୍ଷୟକ୍ଷତି ଦେଖିଲି, ଦୁଃଖ ଲାଗିଲା। ଚାଷ କ୍ଷତି ହେଲେ ତୁରନ୍ତ ସହାୟତା ଦେଉଥିଲା ମୋ ସରକାର। ସରକାର ଯଥାଶୀଘ୍ର କ୍ଷତିପୂରଣ ଦେବା ଉଚିତ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ଗତକାଲି ଗଂଜାମ ଗସ୍ତରେ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ, ଅମଳ ସମୟରେ ଫସଲହାନୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗଞ୍ଜାମ ଜିଲ୍ଲା ଗସ୍ତରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲି ଚାଷୀଙ୍କ ଦୁଃଖ ବୁଝିଲି। ସରକାର ବର୍ତ୍ତମାନ ସମୟରେ ଚାଷୀଙ୍କ ଭରସା ସାଜି ଠିଆ ହୁଅନ୍ତୁ, ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ।

Leave A Reply

Your email address will not be published.