Odisha Link
Bridging the Missing Links in Odisha

ନୂଆବର୍ଷରେ ଦେଶର ୮ ସହରକୁ ଆରମ୍ଭ ହେବ ବିମାନ ସେବା

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିମାନ ସେବା କ୍ଷେତ୍ରରେ ଯୋଡ଼ି ହେବ ନୂୂଆ ଅଧ୍ୟାୟ। ଜାନୁଆରୀ ପହିଲାରୁ ଝାରସୁଗୁଡାରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଉଛି। ଏହା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସେହିଭଳି ୩ ଜାନୁ୍ଆରୀ ୨୦୨୫ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦେଶର ଆଉ ୫ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ନୂଆବର୍ଷରୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, ଲକ୍ଷ୍ମୌ, ଜୟପୁର ଓ କୋଚିନ୍‌କୁ ଉଡ଼ିବ ବିମାନ।

ନୂଆବର୍ଷରୁ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଏହି ସେବା ପ୍ରଦାନ କରିବେ। ଇଣ୍ଡିିଗୋ ବିମାନ ସପ୍ତାହକୁ ୪ ଦିନ ଇନ୍ଦୋର ଓ ତିନି ଦିନ ଡେରାଡୁନ ଉଡ଼ାଣ ଭରିବ। ଜାନୁଆରୀ ୧ ତାରିଖରୁ ଏହି ସେବା ପ୍ରଦାନ କରିବ ଇଣ୍ଡିଗୋ। ଏହି ସ୍ଥାନକୁ ଜାନୁଆରୀ ୧ ତାରିଖ ଅପରାହ୍ନ ୩ଟାରେ ପ୍ରଥମ ଉଡ଼ାଣ ଭରିବ।

ସେହପରି ଜାନୁଆରୀ ୩ରୁ ଲକ୍ଷ୍ମୌ ଓ ଜୟପୁରକୁ ସପ୍ତାହକୁ ୩ ଦିନ ଉଡ଼ିବ ବିମାନ। ଏହି ସେବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଦାନ କରିବ। ସେହିପରି ଜାନୁଆରୀ ୩ ତାରିଖରୁ କୋଚିନ୍‌କୁ ପ୍ରତିଦିନ ଭୁବନେଶ୍ବରରୁ ଉଡ଼ିବ ବିମାନ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାନୁଆରୀ ୪ ତାରିଖରୁ ଭୁବନେଶ୍ବରରୁ ବେଙ୍ଗାଲୁରୁକୁ ସିଧାସଳଖ ଆଉ ଏକ ବିମାନ ଉଡ଼ାଣ ଭରିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

Leave A Reply

Your email address will not be published.