ଜିରୋ ନାଇଟ୍ ସେଲିବ୍ରେସନ୍ କଟକଣା: କଡ଼ା ଚେତାବନୀ ଦେଲେ ଅବକାରୀ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏସବୁ ଭିତରେ ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗ କଟକଣା ଜାରି କରିଛି। ଡିସେମ୍ବର ୩୧ ତାରିଖରେ ଜିରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ ବୋଲି ଅବକାରୀ କମିଶନର ସୂଚନା ଦେଇଛନ୍ତି।
ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିରୋ ନାଇଟ୍ରେ ମଦୁଆଙ୍କ ଉପରେ ନଜର ରଖିବେ ସରକାର। ମଦ୍ୟପାନ ଜନିତ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅସ୍ଥାୟୀ ବାର ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ବନ୍ଦ କହିଛନ୍ତି ସରକାର। ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚଢ଼ଉ ଚାଲିଛି।
ବେଆଇନ ମଦ ଜବତ ସହ ମଦ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ନୂଆ ବର୍ଷରେ ବେଆଇନ ମଦ ବନ୍ଦ ପାଇଁ କଠୋର ହେବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ରହିବେ। ପ୍ରତି ଜିଲ୍ଲାରେ ଯେପରି ଚୋରା ମଦ ବିକ୍ରି ନହେବ ଏନଫୋର୍ସମେଣ୍ଟ ଟିମ୍ ନଜର ରଖିବ।