ବର୍ଷକରେ ଭିଜିଲାନ୍ସ ପଞ୍ଝାରେ ୧୮୧ ସରକାରୀ ବାବୁ
ଓଏଲ୍ ବ୍ୟୁରୋ: ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ୨୦୨୪ରେ ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ରଖିଲା ଭିଜିଲାନ୍ସ। ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ଜଣ ସରକାରୀ ବାବୁ। ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି।
୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ୧୮୧ ଜଣ ସରକାରୀ ବାବୁଙ୍କ ମଧ୍ୟରୁ ୫୦ ଜଣ କ୍ଲାସ ୱାନ୍ ଅଫିସର ରହିଛନ୍ତି। ୬ ମୁଖ୍ୟଯନ୍ତ୍ରୀ, ୧୯ ଯନ୍ତ୍ରୀ, ୨୨ ରାଜସ୍ବ ଅଧିକାରୀ, ୯ ପୁଲିସ, ୫ ଡାକ୍ତର ଓ ୩ ଜଣ ବନ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୬୦ଟି ଆୟ ବହିର୍ଭୂତ ସଂପତ୍ତି ମାମଲାରେ ୧୩୧ କୋଟିର ସଂପତ୍ତି ମିଳିଛି। ୧୦୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ହୋଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ୨୫ ସରକାରୀ ବାବୁଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।