Odisha Link
Bridging the Missing Links in Odisha

ବର୍ଷକରେ ଅବସର ନେଲେ ୨୮ କ୍ରିକେଟର, ଟିମ୍‌ ଇଣ୍ଡିଆରୁ ସର୍ବାଧିକ ୧୨

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ସରିବ ୨୦୨୪ ବର୍ଷ ଆରମ୍ଭ ହେବ ୨୦୨୫। ୨୦୨୪ ବର୍ଷରେ ଭାରତୀୟ କ୍ରିକେଟ ଦଳ ପାଇଁ ଉଭୟ ସଫଳତା ବିଫଳତା ଆସିଛି। ୨୦୨୪ରେ ଭାରତୀୟ ଦଳ ଟି-୨୦ ବିଶ୍ବକପ୍‌ ବିଜୟୀ ହୋଇଥିବା ବେଳେ ଆଉ କିଛି ସିରିଜରେ ପରାଜିତ ହୋଇଛି। କହିବାକୁ ଗଲେ ଫଣ୍ଟାଫେଣ୍ଟି ଫଳାଫଳ ଭାରତକୁ ମିିଳିଛି। ବର୍ଷର ମଧ୍ୟଭାଗରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିଥିବା ବେଳେ ବର୍ଷର ଶେଷ ଭାଗରେ ପରାଜିତ ହୋଇ ଚର୍ଚ୍ଚାର ପରିସରକୁ ଆସିଛି।

ବଡ଼ ପରାଜୟ ସହିତ ୨୦୨୪ ବର୍ଷ ଶେଷ କରିଛି ଭାରତୀୟ କ୍ରିକେଟ ଦଳ। ବକ୍ସିଂ ଡେ ଟେଷ୍ଟ ହାରିବା ସହିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଦୌଡ଼ରେ ତୃତୀୟ ସ୍ଥାନରେ ପହଁଞ୍ଚିଛି ଭାରତ। ଯଦି ବିଶ୍ବ କ୍ରିକେଟ କଥା କହିବା ତେବେ ଚଳିତ ବର୍ଷ ୨୮ ଜଣ କ୍ରିକେଟର କ୍ରିକେଟର ସନ୍ନ୍ୟାସ ନେଇଛନ୍ତି। ସେ ମଧ୍ୟରୁ ୨୩ ଜଣ ଖେଳାଳି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ବେଳେ ୫ ଜଣ ଖେଳାଳି କିଛି ଫର୍ମାଟରୁ ଅବସର ନେଇଛନ୍ତି। ସବଠୁ ବଡ଼କଥା ହେଲା ଭାରତରୁ ସର୍ବାଧିକ ୧୨ ଜଣ ଖେଳଳାଳି କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ରନ୍‌ ମେସିନ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ କ୍ରିକେଟରୁ ଅବସର ନେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର ହେନରିଚ୍‌ କ୍ଲାସେନ ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି। ସେହିପରି ବାଂଲାଦେଶର ସାକିବ ଅଲ୍‌ ହାସନ୍‌ ଉଭୟ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି।

୨୦୨୪ରେ ସନ୍ନ୍ୟାସ ନେଇଥିବା ଖେଳାଳିଙ୍କ ତାଲିକା:

ଭାରତ: ସୌରଭ ତିଓ୍ବାରୀ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ବରୁଣ ଆରୋନ- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ଦିନେଶ କାର୍ତ୍ତିକ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: କେଦାର ଯାଦବ- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ଶିଖର ଧାଓ୍ବନ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ବରିନ୍ଦ୍ରର ସେନ୍‌ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ସିଦ୍ଧାର୍ଥ କୌଲ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ରିଦ୍ଧିମାନ ଶାହ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ରବିଚନ୍ଦ୍ରନ ଅଶ୍ବିନୀ- କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ବିରାଟ କୋହଲି – ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ରୋହିତ ଶର୍ମା – ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି
ଭାରତ: ରବିନ୍ଦ୍ର ଜାଡେଜା – ଅନ୍ତର୍ଜାତୀୟ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି
ଦକ୍ଷିଣ ଆଫ୍ରିକା: ଡିନ୍‌ ଏଲଗାର – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଦକ୍ଷିଣ ଆଫ୍ରିକା: ହେନରିଚ୍‌ କ୍ଲାସେନ୍‌ – ଅନ୍ତର୍ଜାତୀୟ ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି
ନ୍ୟୁଜିଲାଣ୍ଡ: ନେଲି ଓ୍ବଗନର – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ନ୍ୟୁଜିଲାଣ୍ଡ: କୋଲିନ ମୁନରୋ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ନ୍ୟୁଜିଲାଣ୍ଡ: ଟିମ୍‌ ସାଉଦି – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଅଷ୍ଟ୍ରେଲିଆ: ଡେଭିଡ ଓ୍ବାର୍ଣ୍ଣର – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଅଷ୍ଟ୍ରେଲିଆ: ଓ୍ବିଲ ପୁସୋଭକି – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଅଷ୍ଟ୍ରେଲିଆ: ମ୍ୟାଥୁ ଓ୍ବାଡେ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ବାଂଲାଦେଶ: ସକିବ ଅଲ୍‌ ହାସନ୍‌ – ଟେଷ୍ଟ ଓ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି
ବାଂଲାଦେଶ: ମହମୁଦୁଲହା – ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି
ଇଂଲଣ୍ଡ: ଜେମ୍ସ ଆାଣ୍ଡରସନ୍‌ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଇଂଲଣ୍ଡ: ଡେଭିଡ ମଲାନ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ଇଂଲଣ୍ଡ: ମୋଇନ୍‌ ଅଲ୍ଲୀ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ପାକିସ୍ତାନ: ଇମଦ ଓ୍ବାସିମ୍‌ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ପାକିସ୍ତାନ: ମହମ୍ମଦ ଅମିର – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି
ନାମ୍ବିଆ: ଡେଭିଡ ଓ୍ବାଇସ୍‌ – କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି

Leave A Reply

Your email address will not be published.