ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଓଏଲ୍ ବ୍ୟୁରୋ: ଲୋକସେବା ଭବନ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତି ଗଣମାଧ୍ୟମ ସଂସ୍ଥାରୁ ଜଣଙ୍କୁ ମିଳିବ ଅନୁମତି। ସ୍ୱୀକୃତି ପ୍ରାପ୍ତ ଏବଂ ଅଣସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନ ପ୍ରବେଶ ପାଇଁ ଅନୁମତି ମିଳିଛି। ଦୀର୍ଘ ୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ମୁକ୍ତ ହୋଇଛି ରାଜ୍ୟ ପ୍ରଶାସନର ମୁଖ୍ୟାଳୟ ‘ଲୋକସେବା ଭବନ’। ମୋହନ ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବା ଅବସରରେ ଗଣମାଧ୍ୟମ ପାଇଁ ପୂର୍ବ କଟକଣାକୁ ହଟାଯାଇଥିବାବେଳେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଓଡ଼ିଶା ସଚିବାଳୟ ତଥା ‘ଲୋକସଭା ଭବନ’କୁ ପ୍ରବେଶ ପାଇଁ ସାମ୍ବାଦିକମାନଙ୍କୁ ମିଳିଛି ଅନୁମତି। ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ପାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ। ୨୦୨୦ ମସିହା ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲାଗିଥିଲା। କୋରୋନା ମହାମାରୀ ସମୟରେ ଏହି କଟକଣା ଲଗାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଏହାକୁ ପ୍ରତ୍ୟାହାର କରିନଥିଲେ ନବୀନ ସରକାର। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇ ନୂଆ ସରକାର ଗଠନ ହେବା ପରେ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ମିଳିଛି।