Odisha Link
Bridging the Missing Links in Odisha

ରୋହିତଙ୍କ କ୍ୟାରିୟର ଶେଷ ଟେଷ୍ଟ ମ୍ୟାଚ୍‌ ହେବ କି ସିଡନୀ ?

ଓଏଲ୍‌ ବ୍ୟୁରୋ: ବକ୍ସିଂ ଡେ ଟେଷ୍ଟରେ ହାରିବା ପରେ ସିଡନୀ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି। ୨୦୨୪ ବର୍ଷର ଶେଷ ମ୍ୟାଚ ହାରିଥିବା ଭାରତ ୨୦୨୫ ବର୍ଷର ପ୍ରଥମ ମ୍ୟାଚ ଜିତିବାକୁ ଜାନୁଆାରୀ ୩ ତାରିଖରେ ପଡ଼ିଆକୁ ଓହ୍ଲାଇବ। ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ ନ୍ୟୁୟର ଟେଷ୍ଟ। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। କଙ୍ଗାରୁ ଟିମ ଏବେ ସିରିଜରେ ୨-୧ରେ ଆଗରେ ରହିଛି। ତେଣୁ ଭାରତ ସିରିଜ ବରାବର କରିବାକୁ ଚେଷ୍ଟା କରିବ। ତେବେ ସିଡନୀ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର।

ସିଡନୀ ଟେଷ୍ଟରେ ରୋହିତ ଶର୍ମା ଖେଳିିବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ସିଡନୀରେ ଖେଳିବାକୁ ଯାଉଛନ୍ତି ନିଜ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌। ସିଡ୍‌ନୀ ଟେଷ୍ଟ ଶେଷ ହେବା କ୍ଷଣି ରୋହିତ ଶର୍ମା ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ଦାବି କରାଯାଇଛି ଯେ ଏବେ ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତଙ୍କ ସହ ଅବସର ସମ୍ପର୍କରେ ବିସିସିଆର ବରିଷ୍ଠ ଅଧିକାରୀ ଓ ଚୟନକର୍ତ୍ତାମାନେ କଥା ହୋଇସାରିଛନ୍ତି। ରୋହିତ ମଧ୍ୟ ଅବସର ଘୋଷଣା କରିବା ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି। ତେବେ ସେ କେତେବେଳେ ଅବସର ଘୋଷଣା କରିବେ, ସେ ସମୟ ଜଣାପଡ଼ିନାହିଁ। କିନ୍ତୁ କୁହାଯାଉଛି ଯେ ସିଡ୍‌ନୀରେ ରୋହିତ ଶେଷ ଟେଷ୍ଟ ଖେଳିବାକୁ ଯାଉଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲକୁ ପ୍ରବେଶ କରୁଛି। ଏପରି ସ୍ଥିତିରେ ରୋହିତ ଚୟନକର୍ତ୍ତାଙ୍କୁ ଉକ୍ତ ମ୍ୟାଚ୍‌ ଖେଳିବା ପାଇଁ ତାଙ୍କୁ ଅନୁମତି ଦେବାକୁ ଅନୁରୋଧ କରିପାରନ୍ତି।

Leave A Reply

Your email address will not be published.