Odisha Link
Bridging the Missing Links in Odisha

୨୦୨୫ ଇଂରାଜୀ ନବବର୍ଷକୁ ବିଶ୍ଵବ୍ୟାପୀ ସ୍ୱାଗତ

ଓଏଲ୍‌ ବ୍ୟୁରୋ: ବିଦାୟ ନେଇଛି ୨୦୨୪। ଏଥିସହିତ କାନ୍ଥରେ ଲାଗିିଛି ନୂଆ କ୍ୟାଲେଣ୍ଡର। ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୫। ଭାରତ ସମେତ ସାରା ବିଶ୍ବ ସ୍ବାଗତ କରିଛି ନୂଆବର୍ଷକୁ। ନୂଆ ଉଦ୍ଦୀପନାରେ ୨୦୨୫ର ଆଗମନକୁ ଉତ୍ସବ ଭଳି ଧୁମ୍‌ଧାମରେ ପାଳନ କରାଯାଇଛି।

କରୋନା କଟକଣା ଦୂର ହୋଇ ଯାଇଥିଲେ ବି ଭୟ ଛାତିରୁ ଲିଭିନି। ଆଶା କରୁଛୁ ଆଉ ସେ ଦିନ ନ ଫେରୁ, ଆଉ ସେ ଯନ୍ତ୍ରଣା ଜର୍ଜରିତ ସମୟ ନ ଆସୁ ୨୦୨୨ ଭଳି କିମ୍ବା ୨୦୨୩ ଭଳି ମର୍ମନ୍ତୁଦ ଦୁର୍ଘଟଣା ନ ଘଟୁ। ୨୦୨୪ ଭଳି ଦେଶ ଆଉ ରତ୍ନ ନ ହରାଉ। ୨୦୨୫ରେ ସମସ୍ତଙ୍କ ଜୀବନ ସୁଖମୟ ହେଉ। ଆପଣଙ୍କୁ ଓଡ଼ିଶା ଲିଙ୍କ୍‌ ପରିବାର ତରଫରୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା।

Leave A Reply

Your email address will not be published.