କେନ୍ଦୁଝରରେ ଆରମ୍ଭ ହେଲା ପ୍ରଥମ ଜଙ୍ଗଲ ‘ସଫାରୀ’, ଉଦଘାଟନ କଲେ ସାଂସଦ
ଓଏଲ୍ ବ୍ୟୁରୋ: କେନ୍ଦୁଝରର ଅଟେଇ ଜଙ୍ଗଲରେ ମିଳିବ ‘ସଫାରୀ’ ସୁବିଧା। କେନ୍ଦୁଝର ଘଟଗାଁ ଅଟେଇ ଜଙ୍ଗଲରେ ପ୍ରଥମଥର ଜଙ୍ଗଲ ସଫାରୀ ଆରମ୍ଭ ହୋଇଛି। କେନ୍ଦୁଝର ଘଟଗାଁ ଅଟେଇ ଜଙ୍ଗଲରେ ‘ସଫାରୀ’ର ଉଦଘାଟନ କଲେ ସାଂସଦ ଅନନ୍ତ ନାଏକ। ‘ମା’ଙ୍କ ପୀଠରୁ ୩ ଘଣ୍ଟା ବ୍ୟାପି ୪୦କିମି ଜଙ୍ଗଲରେ ବୁଲିବେ ପର୍ଯ୍ୟଟକ। ସଫାରୀରେ ପର୍ଯ୍ୟଟକ ମୟୂରଭ୍ୟାଲି, ୱାଚ୍ ଟାୱାର, ଭିଉପଏଣ୍ଟ ଓ ଦରଗୁଡ଼ିଶିଲା ବୁଲିବେ। ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ପରିସରରୁ ‘ସଫାରୀ’ ଉଦଘାଟିତ ହୋଇଛି।