Odisha Link
Bridging the Missing Links in Odisha

ଏଣିକି ପ୍ରେସ୍‌କ୍ରିପସନ୍‌ ବଦଳରେ କ୍ୟୁଆର୍ କୋଡ୍‌ରୁ ମିଳିବ ରୋଗର ତଥ୍ୟ: ସ୍ୱାସ୍ଥ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସୁଦୃଢ଼ ହେବ ସ୍ୱାସ୍ଥ୍ୟ କ୍ଷେତ୍ର। ବଦଳିବ ବହୁ ପୁରୁଣା ଦିନର ସମସ୍ୟା। ପୁରୁଣା ପ୍ରେସ୍‌କ୍ରିପସନ୍‌ ପାଇଁ ଆଉ ଚିନ୍ତା କରିବେନି ରୋଗୀ। କାରଣ ‘ଆଭା’ କାର୍ଡ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଫେବୃଆରୀ ସୁଦ୍ଧା ରାଜ୍ୟରେ ଆୟୁଷ୍ମାନ ଭାରତ ହେଲ୍ଥ କାର୍ଡ ଆରମ୍ଭ ହେବ। ରୋଗୀଙ୍କୁ ଆଉ ଧରିବାକୁ ପଡ଼ିବନି ପ୍ରେସ୍‌କ୍ରିପସନ୍‌। ରୋଗୀଙ୍କୁ ପ୍ରେସ୍‌କ୍ରିପସନ୍‌ରୁ ମୁକ୍ତି ଦେବ ‘ଆଭା’ କାର୍ଡ। ଗୋଟିଏ କାର୍ଡରେ ରହିବ ପୂର୍ବ ରୋଗର ଡାଟା। QR କୋଡ୍‌ ସ୍କାନ କଲେ ସବୁ ତଥ୍ୟ ମିଳିବ। ଆଭା ବା ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟରେ ଅନଲାଇନରେ ସମସ୍ତେ ପଞ୍ଜିକରଣ କରିପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

Leave A Reply

Your email address will not be published.