ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ, ୧୬୩ ଧାରା ଲାଗୁ
ଓଏଲ୍ ବ୍ୟୁରୋ: ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବଲପୁରରେ ଉଚ୍ଛେଦ ଚାଲିଥିବାରୁ ବିଏନଏସର ୧୬୩ ଧାରା ଲାଗୁ ହୋଇଛି। ସମ୍ବଲପୁର ମୋତି ଝରଣ ଛକରୁ ୨୦୦ ମିଟର ଯାଏ ୧୬୩ ଧାରା ଲାଗୁ ହୋଇଛି। ଭୂତାପଡ଼ା ଛକରୁ ଧନକଉଡ଼ା ଯାଏଁ ଉଚ୍ଛେଦ ଚାଲିଛି।