Odisha Link
Bridging the Missing Links in Odisha

‘ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍: ଥ୍ରୋ ଦି ଏଜେସ୍’ ପୁସ୍ତକ ଉନ୍ମୋଚିତ

ଓଏଲ୍‌ ବ୍ୟୁରୋ: ନୂଆଦିଲ୍ଲୀର ଜନପଥ ସ୍ଥିତ ଡା.ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ରରେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଉପରେ ଆଧାରିତ ପୁସ୍ତକ ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍: ଥ୍ରୋ ଦି ଏଜେସ୍ ଉନ୍ମୋଚିତ ହୋଇଛି। ଜମ୍ମୁ-କାଶ୍ମୀର, ଲଦାଖ ଉପରେ ବିସ୍ତୃତ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁସ୍ତକ ଉନ୍ମୋଚନ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ୩ ହଜାର ବର୍ଷର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଉପରେ ବିସ୍ତୃତ ତଥ୍ୟ ‘ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍: ଥ୍ରୋ ଦି ଏଜେସ୍’ ପୁସ୍ତକରେ ରଖାଯାଇଛି। ତେବେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପୁସ୍ତକ ‘ଜମ୍ମୁ-କାଶ୍ମୀର ଆଣ୍ଡ ଲଦାଖ୍: ଥ୍ରୋ ଦି ଏଜେସ୍’ ପ୍ରକାଶିତ ହୋଇଛି।

Leave A Reply

Your email address will not be published.