Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷତି ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ମଧ୍ୟ ବିରୋଧୀ ଚାଷୀଙ୍କ ପାଇଁ ଅଂଟାଭିଡ଼ିଛନ୍ତି। ଏହି କ୍ରମରେ ବିଭିନ୍ନ ଜିଲ୍ଲା ଗସ୍ତରେ କରିଛନ୍ତି ବିଜେଡି ସୁପ୍ରିମୋ। ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଫସଲ କ୍ଷୟକ୍ଷତି ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏନେଇ ଚିଠି ଲେଖିଛନ୍ତି।

ଚାଷୀଙ୍କ କ୍ଷୟକ୍ଷତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ମୁଁ ଗତ ୩୦ ଓ ୩୧ ଡିସେମ୍ବରରେ ଗଂଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀଙ୍କ ସହ ଭେଟିଥିଲି। ଚାଷୀ ଓ ଚାଷୀଙ୍କ ପରିବାର ଜଟିଳ ସମସ୍ୟାରେ ଗତି କରୁଛନ୍ତି। ଅଦିନିଆ ବର୍ଷା ଚାଷୀଙ୍କ ଧାନ ଜମି ସହ ଅନ୍ୟ ଫସଲ ମଧ୍ୟ କ୍ଷତିଗ୍ରସ୍ତ କରିଛି। ସରକାରଙ୍କୁ ଅନୁରୋଧ ସଠିକ ତଦନ୍ତ କରି କ୍ଷୟଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ସହାୟତା ରାଶି ପ୍ରଦାନ କରାଯାଉ।

Leave A Reply

Your email address will not be published.