Odisha Link
Bridging the Missing Links in Odisha

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା: ୩୨ ଜଣଙ୍କୁ ଅର୍ଜୁନ ପୁୁରସ୍କାର, ଏଥର ମିଳିଲାନି କ୍ରିକେଟରଙ୍କୁ ପୁରସ୍କାର

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ୨୦୨୪ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ‘ଖେଳରତ୍ନ’ ପୁରସ୍କାର ପାଇଲେ ୪ କ୍ରୀଡ଼ାବିତ୍। ସେହିପରି ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିଛି। ସେହିପରି ଜୀବନବ୍ୟାପି ଅର୍ଜୁନ ପୁରସ୍କାର ୨ ଜଣ ପାଇବେ। ୩ ଜଣ କୋଚ୍‌ଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ।

ଅଲିମ୍ପିକ୍ସରେ ଶୁଟିଂ ବିଭାଗରେ ଡବଲ ମେଡାଲ ଜିତିଥିବା ମନୁ ଭାକର, ବିଶ୍ବ ଚେସ୍‌ ଚମ୍ପିଆନ୍‌ ଗୁକେଶ ଡି, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ପାରାଲିମ୍ପିକ୍ସର ସ୍ବର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ମିଳିବ ଖେଳରତ୍ନ ପୁରସ୍କାର ମିଳିବ। ଏନେଇ କ୍ରୀଡ଼ା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସେହିପରି ୩୨ ଜଣ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ୨ ଜଣ ଆଇଲେଟିକ୍‌, ୨ ଜଣ ବକ୍ସର, ଜଣେ ଚେସ୍‌ ଖେଳାଳି, ହକିରେ ୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ସବୁଠୁ ବଡ଼କଥା ହେଲା ୨୦୨୪ ବର୍ଷ ପାଇଁ ଜଣେ ହେଲେ କ୍ରିକେଟରଙ୍କ ନାମ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ସ୍ଥାନ ପାଇନାହିଁ।

Leave A Reply

Your email address will not be published.