୨୭ତମ ରାଜ୍ୟପାଳଙ୍କୁ ଭୁବନେଶ୍ଵରରେ ଭବ୍ୟ ସ୍ୱାଗତ, ଆସନ୍ତାକାଲି ଶପଥ ସମାରୋହ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ୨୭ତମ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି। ଏହି କ୍ରମରେ ଆଜି ଓଡ଼ିଶା ଆସିଛନ୍ତି ନୂତନ ହରିବାବୁ କମ୍ଭମପତି ରାଜ୍ୟପାଳ କୁମ୍ଭମପତି। ରାଜ୍ୟପାଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ପରେ ପୁରୀ ରାଜଭବନ ଅଭିମୁଖେ ଗସ୍ତ କରିଛନ୍ତି କମ୍ଭମପତି। ସେଠାରେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ବର ଆସିବେ। ରାଜଭବନରେ ଆସନ୍ତାକାଲି ଦିନ ୧୦ଟା ୧୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।