Odisha Link
Bridging the Missing Links in Odisha

ଜଗା ଦର୍ଶନ ପରେ ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ଏହି କ୍ରମରେ ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ। ଅପରାହ୍ନରେ ରାଜଭବନରେ ପହଞ୍ଚିବେ କେ. ହରିବାବୁ। ପରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ। ଶୁକ୍ରବାର ଦିନ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ କେ. ହରିବାବୁ। ରାଜଭବନରେ ହେବ ଶପଥ ଗ୍ରହଣ ସମାରୋହ।

ସୂଚନା ଅନୁସାରେ, କିଛି ଦିନ ତଳେ ରଘୁବର ଦାସ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ସ୍ଥାନରେ କେ. ହରିବାବୁଙ୍କ ଓଡିଶାର ନୂଆ ରାଜ୍ୟପାଳ ଭାବେ କେ. ହରିବାବୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ରାଷ୍ଟ୍ରପତି ଭବନ ପକ୍ଷରୁ କେ. ହରିବାବୁଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Leave A Reply

Your email address will not be published.