ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼
ଓଏଲ୍ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପାଇଁ କର୍ତ୍ତବ୍ୟ ପଥରେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବୁ ରାଜ୍ୟ ନିଜର ପ୍ରଜ୍ଞାପନ ମେଢ଼କୁ ସାମିଲ କରିବା ଅପାଇଁ ଆଗେଇ ଆସିଥିବାବେଳେ ଓଡ଼ିଶା ଏଥିରୁ ବାଦ ପଡିଛି। ଏଥର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ୫ଟି ପର୍ଯ୍ୟାୟ ଅତିକ୍ରମ କଲାପରେ ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପାଇଁ ବାଦ ପଡିଛି। ତେବେ ଭାରତ ପର୍ବରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ।
ସୂଚନା ଅନୁସାରେ, ଗତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଶ୍ରେଷ୍ଠ ପୁରସ୍କାର ମିଳିଥିବା ବେଳେ ଏଥର ଓଡ଼ିଶାକୁ ସ୍ଥାନ ମିଳିନାହିଁ। ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ମୋଟ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମେଢ଼କୁ ଚୟନ କରାଯାଇଥିବା ବେଳେ ତାଲିକାରେ ଓଡ଼ିଶାର ନାମ ନାହିଁ।
ପରେଡ୍ ପ୍ରଦର୍ଶନ କରିବାକୁ ସୂଚୀଭୁକ୍ତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ବିହାର, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳୀ, ଡାମନ ଓ ଡିଉ, ଗୋଆ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ , ପଞ୍ଜାବ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ତ୍ରିପୁରା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ହରିୟାଣା ଆଦିି ରାଜ୍ୟ ସାମିଲ ଅଛନ୍ତି।