Odisha Link
Bridging the Missing Links in Odisha

ଚର୍ଚ୍ଚାରେ ‘ଜିନ୍ନତ’, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍ ବ୍ୟୁରୋ: ପୁଣି ଶିମିଳପାଳକୁ ଫେରିଲା ଚର୍ଚ୍ଚିତ ଜିନ୍ନତ। କୋଲକାତା ଆଲିପୁର ଚିଡ଼ିଆଖାନାର ପଶୁ ଚିକିତ୍ସାଳୟରୁ ଏକ ଭ୍ୟାନ ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ବାଘୁଣୀ ‘ଜିନ୍ନତ’ର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ମନ୍ତ୍ରୀ କହିଛନ୍ତି। ଜିନ୍ନତ ଏବେ ଖାଇବା ସହ ଜଳକ୍ରୀଡ଼ା କରୁଛି। ଓଡ଼ିଶା ଆସିବା ପରେ ଏନକ୍ଲୋଜର ଅଛି ଜିନ୍ନତ। ଶିମିଳିପାଳର ଦକ୍ଷିଣରେ ଜିନ୍ନତକୁ ଛଡ଼ା ଯାଇପାରେ। ଦକ୍ଷିଣରେ ପରିବେଶ ଅନୁକୂଳ ଥିବାରୁ ଛଡ଼ାଯାଇପାରେ ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଜିନ୍ନତକୁ ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା। ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତ ଓଡ଼ିଶା ଆସିଛି। ବାଘୁଣୀ ଜିନ୍ନତ ରାତି ଗୋଟାଏ ୨୫ରେ ଆନ୍ତଃରାଜ୍ୟ ସୀମା ଜାମଶୋଳା ଦେଇ ଓଡିଶାକୁ ଆସିବା ପରେ ତାକୁ ଶିମିଳିପାଳ ନିଆଯାଇଛି। ଜିନ୍ନତକୁ ଆଣିବା ପାଇଁ କୋଲକାତାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି NTCAକୁ ନିର୍ଦ୍ଦେଶ ଦେଇଥିଲା।

Leave A Reply

Your email address will not be published.