Odisha Link
Bridging the Missing Links in Odisha

ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ମଞ୍ଜୁରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଶ୍ଵବିଦ୍ୟାଳୟ

ଓଏଲ୍‌ ବ୍ୟୁରୋ: ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ନେଇ ଆଉ ପାଦେ ଆଗେଇଲା ଓଡ଼ିଶା। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ବିକାଶ ଘଟିବା ସହ ଗବେଷଣା କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍ ଉଷା)ରେ ଓଡ଼ିଶାକୁ ଅନୁଦାନ ନେଇ ଅନୁମୋଦନ ମିଳିଛି। ସେଥ୍‌ରୁ ୪ ପ୍ରମୁଖ ବିଶ୍ବବିଦ୍ୟାଳୟକୁ ୪୦୦ କୋଟି ଟଙ୍କାର ଅନୁଦାନ ପାଇଁ ମଞ୍ଜୁର ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁଦାନକୁ ମଞ୍ଜୁରୀ ମିଳିଛି।

ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଟଙ୍କା ଅନୁଦାନ ଅନୁମୋଦନ ହୋଇଥିବା ନେଇ ସୋସିଆଲ୍ ମିଡିଆ `X’ରେ ସୂଚନା ଦେଲା ରେଭେନ୍ସା ବିଶ୍ଵବିଦ୍ୟାଳୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ MERU ଅଧୀନରେ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଅନୁମୋଦନ କରିଥିବା ସୂଚନା ଦେଲା ରେଭେନ୍ସା ବିଶ୍ଵବିଦ୍ୟାଳୟ। ସହଯୋଗ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଦେଇଛି ରେଭେନ୍ସା ବିଶ୍ଵବିଦ୍ୟାଳୟ।

କେବଳ ରେଭେନ୍ସା ବିଶ୍ଵବିଦ୍ୟାଳୟ ନୁହେଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ୧୦୦ କୋଟି ଟଙ୍କା ଲେଖାଏଁ ଅନୁଦାନ ମିଳିବ। ଏହି ୪ଟି ବିଶ୍ଵବିଦ୍ୟାଳୟ ମଲ୍ଟି ଡିସିପ୍ଲିନାରୀ ଏବଂ ଗବେଷଣା ବିଶ୍ଵବିଦ୍ୟାଳୟ ବର୍ଗରେ ସ୍ଥାନ ପାଇଛି। ସେହିଭଳି ବିଶ୍ଵବିଦ୍ୟାଳୟ ସମ୍ପ୍ରସାରଣ ବର୍ଗରେ ରାଜ୍ୟର ୫ ବିଶ୍ୱବିଦ୍ୟାଳୟ ୨୦ କୋଟି ଲେଖାଏଁ ଅନୁଦାନ ପାଇବେ। ସେମାନଙ୍କ ମଧ୍ୟରେ କୋରାପୁଟର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ, ସମ୍ବଲପୁରର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।

Leave A Reply

Your email address will not be published.