ଖସିଲା ପାରଦ, ରାଜ୍ୟରେ ଶୀତର ଲେଉଟାଣି
ଓଏଲ୍ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି। ରାଜ୍ୟରେ ଶୀତ ଲେଉଟାଣି ପରେ ଝାଡ଼ସୁଗୁଡ଼ା, ଫୁଲବାଣୀ, କେନ୍ଦୁଝର, ମୟୂରଭଞ୍ଜରେ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି। ଶୀତକାକରରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଆହୁରି ଶୀତ ବଢିବା ନେଇ ସୂଚନା ରହିଛି।